ପାକିସ୍ତାନକୁ ଟାର୍ଗେଟ୍ କଲେ ମୋଦି

ନୂଆଦିଲ୍ଲୀ: ଆଜି ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନାଁ ନନେଇ ପାକିସ୍ତାନ ଉପରେ ଧୂମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦର କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି କି, ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ ସମସ୍ୟା।
ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ଦେଶ ବି ଦୋଷୀ । ଆତଙ୍କବାଦକୁ ଯେଉଁ ଦେଶ ପ୍ରୋତ୍ସାହନ ଦେଉଛି ତାକୁ ବିରୋଧ ହେବା ଦରକାର କହି ପାକିସ୍ତାନକୁ ବ୍ରିକ୍ସ ସମ୍ମିଳନୀରୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।ତେବେ ଜାତିସଙ୍ଘରେ ପରିବର୍ତ୍ତନ ନେଇ ପୁଣି ଦାବି ଉଠାଇଲେ ମୋଦି।
ଆମ ପାଇଁ ସମଗ୍ର ବିଶ୍ୱ ଏକ ପରିବାର। ସମୟ ସହ ଉଚିତ ପରିବର୍ତ୍ତନ ଜରୁରୀ। ଜାତିସଙ୍ଘରେ ସମୟ ସହ ଉଚିତ ପରିବର୍ତ୍ତନ ହୋଇନାହିଁ। ଜାତିସଙ୍ଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ନିହାତି ଦରକାର। ଡବ୍ଲୁଟିଓ, ଆଇଏମଏଫ, ହୁ ପରି ସଂସ୍ଥାରେ ସୁଧାର ନିହାତି ଜରୁରୀ।
ବ୍ରିକ୍ସ ସମ୍ମିଳନୀରେ ଅର୍ଥନୀତିର ଇଞ୍ଜିନକୁ ଆଗକୁ ନେବାକୁ ମନ୍ତ୍ର ଫୁଙ୍କିଲେ ମୋଦି। ଏହା ସହିତ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଙ୍କଟ ସମୟରେ ବ୍ରିକ୍ସର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ବ୍ରିକ୍ସ ଦେଶ ବିଶ୍ୱ ଅର୍ଥନୀତିର ଇଞ୍ଜିନ। ଏସବୁକୁ ଦୃଷ୍ଟିରେ ରଖି ଭାରତ ଆତ୍ମନିର୍ଭର ଅଭିଯାନ ଆରମ୍ଭ କରିଛି। ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି ବୋଲି ମୋଦି ସମ୍ମିଳନୀରେ କହିଛନ୍ତି।