Odisha Link
Bridging the Missing Links in Odisha

ପୁଲିସ ଓ ଗ୍ରାମବାସୀ ମୁହାଁ ମୁହିଁ

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଭେଡେନ୍‌ ଥାନାର ପୁଲିସ ଓ ଗ୍ରାମବାସୀ ମୁହାଁ ମୁହିଁ ହୋଇଛନ୍ତି। ଗ୍ରାମବାସୀ ପୁଲିସ ଉପରକୁ ଇଟା ଓ ପଥର ମାଡ଼ କରିଛନ୍ତି। ଏଥିରେ କିଛି ପୁଲିସ କର୍ମୀ ଗୁରୁତର ହୋଇଛନ୍ତି। ସେହିଭଳି ଉତ୍ତେଜିତ ଜନତା ସାମ୍ବାଦିକଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଭେଡେନ୍‌ ଥାନା ଅଧୀନ ବୁରଦା ଗାଁରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ ଜିତୁ ନାଏକ। ଏହା ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସ୍ଥାନୀୟ ପୁଲିସ ଠାରୁ ଏସ୍‌ପିଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ।

କିନ୍ତୁ ଦୀର୍ଘ ୪ ମାସ ମଧ୍ୟରେ ଅଭିଯୁକ୍ତକୁ ପୁଲିସ ଗିରଫ କରିପାରି ନଥିବାରୁ ଆଜି ଅପରାହ୍ନ ପ୍ରାୟ ୨ଟାରେ ବୁରଦା ଗାଁର ପ୍ରାୟ ୨୦୦ ଲୋକ ଅଭିଯୁକ୍ତଙ୍କ ଗିରଫ ଦାବିରେ ଧାରଣା ଦେଇଥିଲେ। ଏହା ପରେ ସେମାନେ ଥାନା ଘେରାଉ କରିଥିଲେ। ଉତ୍ତେଜିତ ଲୋକେ ଥାନା ଘେରାଉ କରିଥିବା ବେଳେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଜବାବରେ ପୁଲିସ ମଧ୍ୟ ଲାଠିଚାର୍ଜ କରିଥିବା ଜଣାପଡ଼ିଛି।

Comments are closed.