Odisha Link
Bridging the Missing Links in Odisha

ଚୋରା କାଠ ଜବତ

ଢେଙ୍କାନାଳ: ବନ ବିଭାଗ ଚୋରା କାଠ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କାମାକ୍ଷାନଗର ପଶ୍ଚିମାଞ୍ଚଲ ରେଞ୍ଜର ବନ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଆଳୁତମା ଗ୍ରାମରେ ଗତକାଲି ଚଢ଼ାଉ କରିଥିଲା।

ସେହି ଗ୍ରାମର ଗୌରାଙ୍ଗ ନାୟକ ଓ ରଞ୍ଜନ ନାୟକଙ୍କ ଠାରୁ ୨୦ ସିଫ୍‌ଟ ଶାଗୁଆନ ଓ କାଙ୍ଗଡା କାଠ ଜବତ କରିଛି ବନବିଭାଗ। ଏହାର ମୂଲ୍ୟ ଆନୁମାନିକ ୨୦ ହଜାର ଟଙ୍କା ହେବ। ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରି ଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ଗୋଗନେନି ସୂଚନା ଦେଇଛନ୍ତି।

Comments are closed.