ଗାଇଡଲାଇନ୍ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ।
ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ପିଲାମାନେ ପାଠ ପଢନ୍ତୁ। କ୍ୟାମ୍ପସ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇପାରେ। ତେବେ ରିସର୍ଚ ସ୍କଲାରଙ୍କ ପାଇଁ କ୍ୟାମ୍ପସ ଖୋଲିବା ନେଇ ଗାଇଡଲାଇନରେ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି।