Odisha Link
Bridging the Missing Links in Odisha

ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି। ଏହାସହ ୭,୭୪୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ମୃତ୍ୟୁ ବରଣ କରିଛନ୍ତି। କଟକ, ଗଞ୍ଜାମ ୨ ଲେଖାଏଁ, କେଉଁଝରରୁ ୩ ଲେଖାଏଁ, ଭୁବନେଶ୍ବର,ଦେଓଗଡ଼,ଜଗତସିଂପୁର, ମୟୁରଭଞ୍ଜ, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣକରିଛନ୍ତି।

Comments are closed.