Odisha Link
Bridging the Missing Links in Odisha

ହାସ୍ୟ ଅଭିନେତ୍ରୀଙ୍କ ଘରେ ଏନସିବି ଚଢ଼ାଉ

ମୁମ୍ବାଇ: ବଲିଉଡ଼ରେ ଡ୍ରଗ୍ସ ଲିଙ୍କର ମାମଲା ଯାଇ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଙ୍କ ଘରେ ପହଁଞ୍ଚିଲାଣି। ଏହି କ୍ରମରେ ଆଜି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଏନସିବି ଚଢ଼ାଉ କରିଥିବା ଜଣାପଡ଼ିଛି।

ତେବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅନ୍ଧେରୀ, ଲୋଖଣ୍ଡଓ୍ୱାଲା ଏବଂ ଭର୍ସୋଭା ଅଞ୍ଚଳରେ ଚଢ଼ାଉ କରିଛି । ବର୍ତ୍ତମାନ ସୁଦ୍ଧା ବଲିଉଡ଼ର ଅନେକ ନାମୀଦାମୀ ତାରକାଙ୍କୁ ଏନସିବି ଗିରଫ ଓ ଜେରା କରିଛି।

ଭାରତୀ ନିଜ ଦମଦାର ହାସ୍ଯ ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ। ସେ ‘କପିଲ ଶର୍ମା ଶୋ’ରୁ ଅଧିକ ଲୋକପ୍ରିୟ ହୋଇଛନ୍ତି। ଏହାଛଡ଼ା ସେ ଅନେକ ରିୟାଲିଟି ଶୋ’ରେ ମଧ୍ୟ ଭାଗନେଇ ଦର୍ଶକଙ୍କୁ ହସାଇଛନ୍ତି। ନଚ୍ ବଲିୟେ ଏବଂ ଝଲକ୍ ଦିଖଲାଜା ଭଳି ଶୋ’ ଭାରତୀଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିବାର ଅନ୍ୟତମ ମାଧ୍ୟମ।

ଏହା ପୂର୍ବରୁ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଛି। ଅର୍ଜୁନଙ୍କ ଘରେ ଏନସିବି ଚଢ଼ାଉ କରିବା ସହ ଘଣ୍ଟ ଘଣ୍ଟା ଜେରା ମଧ୍ୟ କରିଥିଲେ। ଏନେଇ ଅର୍ଜୁନ କହିଥିଲେ, “ମୋ ଘରୁ ଯେଉଁ ମେଡିସିନ ଠାବ ହୋଇଛି, ତାହା ଡାକ୍ତର ମୋତେ ଖାଇବାକୁ ପରାମର୍ଶ ଦେଇଥିଲେ। ତା’ର ପ୍ରେସକ୍ରିପସନ ମିଳିଛି ଓ ଏହାକୁ ମୁଁ ଏନସିବିକୁ ଦେଖା ସାରିଛି। ଏନସିବି ବେଶ ଭଲ ଭାବେ ତଦନ୍ତ କରୁଛି। ମୁଁ ତଦନ୍ତକୁ ସମର୍ଥନ କରୁଛି।”

Comments are closed.