ମଦ ସରିଯିବାରୁ ସାନିଟାଇଜର ପିଇ ୭ ମୃତ

ଋଷ: ନିଶା ଅବସ୍ଥାରେ ମଦ ସରିଯିବାରୁ ସାନିଟାଇଜର ପିଇ ଦେଇଥିଲେ ପାର୍ଟିରେ ଥିବା ଉକ୍ତ ଲୋକ। ଏହି ଘଟଣାଟି ଋଷର ତାତିସ୍ତିକ ଜିଲ୍ଲାର ତୋମତେର ଗ୍ରାମରେ ହୋଇଛି।
ସୂଚନା ଅନୁସାରେ, ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ନିଶାରେ ଥିବା କିଛି ଲୋକ ପାଖରେ ଥିବା ଏହା ପରେ ସାନିଟାଇଜର ପିଇଥିବା ଲୋକମାନଙ୍କର ଦେହ ଅସୁସ୍ଥ ହେବାରେ ଲାଗିଲା। ଏହା ଦେଖି କିଛି ଲୋକ ସେମାନଙ୍କୁ ମେଡିକାଲ ନେଇଥିଲେ।
ମେଡିକାଲରେ ଚିକିତ୍ସା ଚାଲୁଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଛନ୍ତି । ସୂଚନା ମୁତାବକ ସେମାନେ ପିଇଥିବା ସାନିଟାଇଜରରେ ୬୯ ପ୍ରତିଶତ ମେଥନାଲ ଭାଗ ରହିଛି। ମହାମାରୀ କାରଣରୁ ଏହି ସାନିଟାଇଜର ହାତ ସଫା କରିବାକୁ ବିକ୍ରି କରାଯାଉଛି ।