Odisha Link
Bridging the Missing Links in Odisha

ସୋର-ବାଗୁଡ଼ି ମୁଖ୍ୟ ରାସ୍ତା ଅବରୋଧ

ବାଲେଶ୍ୱର: ସୋର-ବାଗୁଡ଼ି ମୁଖ୍ୟ ରାସ୍ତାର ଆଙ୍ଗୁଳା ଛକ ପାର୍ଶ୍ୱରେ ଶୋଇଥିବା ତିନୋଟି ଷଣ୍ଢଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ସୋର ବାଗୁଡ଼ି ଅଞ୍ଚଳରେ ଥିବା ପଥର ଖାଦନରୁ ଅନେକ ଟ୍ରକ୍‌ ପଥର ପରିବହନ କରନ୍ତି। ଆଜି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି କୌଣସି ଏକ କ୍ରସର୍‌ ନିମନ୍ତେ ମୁଗୁନି ପଥର ଖଣ୍ଡ ନେଇ ଯାଉଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଅଟକାଇବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ବିପରୀତ ଦିଗରେ ଶହ ଶହ ଯାନବାହନ କିଛି ସମୟ ପାଇଁ ଅଟକି ରହିବା ସହ ଉତ୍ତେଜକ ପରିସ୍ଥିତି ଉପୁଜିଥିଲା।

ଖବର ପାଇ ସୋରୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟି ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। କିନ୍ତୁ, ପଥର ପରିବହନ କରୁଥିବା ଗାଡ଼ି ଚଳଚଳ ବନ୍ଦ ରହିଛି।

Comments are closed.