Odisha Link
Bridging the Missing Links in Odisha

ରାଜ୍ୟରେ ୮ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବୀମାଭୁକ୍ତ

ଭୁବନେଶ୍ୱର: ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬ ହାଇସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି। ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବାକୁ ଷ୍ଟୁଡେଣ୍ଟ ସେଫ୍ଟି ଇନ୍ସୁରାନ୍ସ ସ୍କିମ୍ ପ୍ରଚଳିତ ହୋଇଛି।

ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠୁ ୨ଟଙ୍କା ଆଦାୟ। ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ୩ଟଙ୍କା ଆଦାୟ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ୩ଟଙ୍କା ଆଦାୟ ହେବ। ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Comments are closed.