Odisha Link
Bridging the Missing Links in Odisha

ବିନା ପ୍ରଧାନଶିକ୍ଷକରେ ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟ

ଭୁବନେଶ୍ୱର: ଖାଲି ପଡିଛି ରାଜ୍ୟରେ ବହୁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପଦବୀ। ବିନା ପ୍ରଧାନଶିକ୍ଷକରେ ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟ। ୯୩୯ ବରିଷ୍ଠ ଏସ୍‌ଇଏସ୍ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୨୩ଟି ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। କେନ୍ଦ୍ରାପଡାରେ ୯୯ଟି ସ୍କୁଲରେ, ଭଦ୍ରକରେ ୮୨, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି।

ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୨୮୦ ପ୍ରଧାନଶିକ୍ଷକ ନାହାନ୍ତି। ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Comments are closed.