Odisha Link
Bridging the Missing Links in Odisha

ଘର ଭିତରକୁ ମାଡ଼ିଗଲା ଭ୍ୟାନ, ୨ ଶିଶୁ ମୃତ

ଉମରକୋଟ: ରାସ୍ତାକଡ଼ରେ ଥିବା ଏକ ଭ୍ୟାନ ଘର ଭିତରକୁ ମାଡ଼ିଯାଇଛି। ଫଳରେ ୨ ଜଣ ଶିଶୁଙ୍କ ମୃତ୍ୟ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ।

ଘରେ ନିଆଁ ପୁଆଁଉ ଥିବାବେଳେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଘର ଭିତରକୁ ମାଡ଼ିଯାଇଥିଲା। ଫଳରେ ଘରେ ଥିବା ୨ ଜଣ ଶିଶୁଙ୍କ ମୃତ୍ୟ ହୋଇଥିବା ବେଳେ ଆଉ ୪ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.