Odisha Link
Bridging the Missing Links in Odisha

ଏନକାଉଣ୍ଟରରେ ୩ ନକ୍ସଲ ନିହତ

ଛତିଶଗଡ: ଛତିଶଗଡ କାଙ୍କେର ଜିଲ୍ଲା ରାୱାଘାଟ ଜଙ୍ଗଲରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ଏନକାଉଣ୍ଟରରେ ସମୟରେ ଜଣେ ଯବାନ ଆହତ ହୋଇଥିବା ବେଳେ ଏବେ ଚିକିତ୍ସିତ ହେଉଛନ୍ତି। ଏନକାଉଣ୍ଟର ନେଇ ଛତିଶଗଡ଼ ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି।

Comments are closed.