Odisha Link
Bridging the Missing Links in Odisha

ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହିତ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ବିଭିନ୍ନ ରାଜ୍ୟରେ କୋଭିଡ-୧୯ର ସ୍ଥିତି କିପରି ରହିଛି ସେନେଇ ଏହି ବୈଠକ ଅନୁଷ୍ଠିତ ହେବ।

ସୁତ୍ରରୁ ସୂଚନା ମିଳିଛି ,ଏହି ବୈଠକରେ ଅରବିନ୍ଦ କେଜ୍ରିୱାଲ ଏବଂ ମମତା ବାନାର୍ଜୀ ସାମିଲ ହେବେ।କରୋନା ସ୍ଥିତି ନେଇ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଭର୍ଚୁଆଲ ବୈଠକ କରିସାରଛନ୍ତି ।

ଜାତୀୟ ସ୍ତରରେ ସଂକ୍ରମଣ ୫୦ହଜାରରୁ କମ ରହିଥିବା ବେଳେ କେତେକ ସହରରେ ସଂକ୍ରମଣ ହାର ବୃଦ୍ଧି କାରଣରୁ କର୍ଫ୍ୟୁ ସହିତ ଅନ୍ୟ କଟକଣାକୁ ଲାଗୁ କରାଯାଇଛି।

ଭାରତରେ ବର୍ତ୍ତମାନ ୫ଟି ଟିକାର ବିକାଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୪ଟି ଟିକା ରହିଛି । ଆଉ ଗୋଟିଏ ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି ।

Comments are closed.