Odisha Link
Bridging the Missing Links in Odisha

ଓଡ଼ିଶା ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଆଜି ତିନିଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି।

ସେ ଆଜି ଭୁବନେଶ୍ବରେ ପହଞ୍ଚିବା ସହିତ ଆସନ୍ତାକାଲି ଏବଂ ୨୬ ଦୁଇ ଦିନ ଧରି କାର୍ଯ୍ୟ ଅନୁଷ୍ଠିତ ହେବ।ଏହି ବୈଠକରେ ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗନେବେ।

ଏହି ବୈଠକରେ କୋଭିଡ ୧୯ ମହମାରୀ ସମୟରେ ସ୍ୱଂୟସେବକଙ୍କ ଦ୍ୱାରା କରାଯାଇଥିବା ସେବା କାର୍ଯ୍ୟର ଆଲୋଚନା ଓ ସମୀକ୍ଷା ହେବ। ଏହାସହ କରୋନାରେ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା ଉପରେ ଆଲୋଚନା ହେବ।

Comments are closed.