Odisha Link
Bridging the Missing Links in Odisha

ଲାଞ୍ଚ କାରବାରରେ ଏସିଆରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି। ଭାରତରେ ଲାଞ୍ଚ ନ ଦେଲେ କୌଣସି କାମ ହେଉ ନଥିବା ଏକାଧିକ ସର୍ଭେରୁ ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏସିଆ ମହାଦେଶରେ ଲାଞ୍ଚ କାରବାର ଚାଲିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ୧ ନଂ ସ୍ଥାନରେ ରହିଛି।

ଭାରତରେ ଲାଞ୍ଚ କାରବାର ହାର ୩୯% ରହିଥିବା ବେଳେ ସରକାରୀ ସେବା ପାଇବା ପାଇଁ ୪୬% ଲୋକ ନିଜର ବ୍ୟକ୍ତିଗତ ଯୋଗାଯୋଗକୁ ବ୍ୟବହାର କରୁଛନ୍ତି ବୋଲି ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ ଜାରି ସର୍ଭେ ରିପୋର୍ଟରେ କୁହାଯାଇଛି। ସର୍ଭେରେ ଆହୁରି କୁହାଯାଇଛି ଯେ, ଲାଞ୍ଚ ଦେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ। ୩୨ ପ୍ରତିଶତ ଲୋକ କହିଛନ୍ତି ଯେ, ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର ନକଲେ କାମ ହୁଏ ନାହିଁ ।

ଭାରତ ପରେ କମ୍ବୋଡିଆରେ ଲା଼ଞ୍ଚ କାରବାର ହାର ୩୭ ପ୍ରତିଶତ ରହିଛି। ଏହାପରେ ଇଣ୍ଡୋନେସିଆରେ ୩୦ ପ୍ରତିଶତ ରହିଛି। ମାଳଦ୍ୱୀପ ଓ ଜାପାନରେ ଏହା ସବୁଠାରୁ କମ୍। ଏଠାରେ ଲାଞ୍ଚ କାରବାର ହାର ୨ ପ୍ରତିଶତ ରହିଛି। ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ, ନେପାଳରେ ୧୨ ପ୍ରତିଶତ ରହିଛି ଲାଞ୍ଚ ହାର।

ସେହିପରି ଜାପାନରେ ସାର୍ବଜନୀନ ସେବା ପାଇବା ପାଇଁ ମାତ୍ର ୪ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କ ଉପରେ ଭରସା କରିଥାନ୍ତି। ଭାରତରେ ଏହି ସଂଖ୍ୟା ୪୬ ପ୍ରତିଶତ ଥିବା ବେଳେ ଇଣ୍ଡୋନେସିଆରେ ୩୬ ପ୍ରତିଶତ ଅଟେ।

ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ଗ୍ଲୋବାଲ କର୍ପସନ ବାରାମିଟର-ଏସିଆ ନାଁରେ ସର୍ଭେ କରିଥିଲା। ଏଥିରେ ୧୭ଟି ଏସିଆନ ରାଷ୍ଟ୍ରର ୨୦,୦୦୦ ଲୋକ ସାମିଲ ହୋଇଥିଲେ। ଆସନ୍ତା ୧୨ ମାସ ମଧ୍ୟରେ ଦୁର୍ନୀତି ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା କହିବାକୁ ସର୍ଭେ ବେଳେ କୁହାଯାଇଥିଲା। ପୁଲିସ୍‌, କୋର୍ଟ, ସରକାରୀ ହସ୍ପିଟାଲ ଓ ସାଧାରଣ ପରିଚୟ ପତ୍ର ଭଳି ସରକାରୀ ଅଫିସରେ ସେବା ପାଇବା ପାଇଁ ସେମାନଙ୍କୁ କ’ଣ ସବୁ କରିବାକୁ ପଡ଼େ, ସେକଥା ପଚରା ଯାଇଥିଲା।

Comments are closed.