Odisha Link
Bridging the Missing Links in Odisha

ଏନ୍‌କାଉଣ୍ଟରରେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ

ମାଲକାନଗିରି : ଏନ୍‌କାଉଣ୍ଟରରେ ଜଣେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ ବିପୁଳ ପରିମାଣର ମାରଣାସ୍ତ୍ର ଜବତକରିଛି। ଏସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ନକ୍ସଲ ଶିବିର ଚାଲିଥିଲା।

କୌଣସି ସୂତ୍ରରୁ ଖବର ପାଇ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ ସର୍ଚ୍ଚ ଅପରେସନରେ ଯାଇଥିଲେ। ପୂର୍ବରୁ ତୋଟାଗୁଡ଼ା ଜଙ୍ଗଲରେ ଜଗି ରହିଥିବା ନକ୍ସଲମାନେ ହଠାତ୍‌ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟଣା ଜବାବ ଦେଇଥିଲେ ଯବାନ।

୨ ଘଣ୍ଟାରୁ ଅଧିକ ସମୟ ଧରି ଉଭୟୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ନକ୍ସଲ କିଶୋରଙ୍କ ମୃତ୍ୟୁ ଘଟିଛି। ସେ ଜଣେ କ୍ୟାଡର ନକ୍ସଲ ବୋଲି ଜଣାପଡ଼ିଛି। ଏହାଛଡ଼ା ଜଙ୍ଗଲରୁ ଗୋଟିଏ ଏକେ ୪୭ ବନ୍ଧୁକ ଓ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି।

Comments are closed.