Odisha Link
Bridging the Missing Links in Odisha

ଆକତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ

ଶ୍ରୀନଗର : ଆଜି ଅପରାହ୍ନରେ ସନ୍ଦିଗ୍ଧ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମୁହାଁ ମୁହିଁ ହୋଇଛନ୍ତି। କେନ୍ଦ୍ରୀୟ କାଶ୍ମୀରର ଶ୍ରୀନଗର ଜିଲ୍ଲାର ଏଚଏମଟି ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି ଓ ୨ ସୈନିକ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିଲେ।।

କାଶ୍ମୀରର ଆଇଜି କହିଛନ୍ତି ଯେ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଛନ୍ତି। ସେ କହିଛନ୍ତି ଯେ ସନ୍ଧ୍ୟା ସୁଦ୍ଧା ଆମେ ଏହି ଆକ୍ରମଣ ପଛରେ କେଉଁ ଆତଙ୍କବାଦୀଙ୍କ ହାତ ଅଛି ତାହା ସ୍ପଷ୍ଟ କରିବୁ। ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଏହି ୩ ଜଣଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ ଅଞ୍ଚଳର । ଏହି ତିନିଜଣ ଆକ୍ରମଣ କରିବା ପରେ ଏକ କାରରେ ଖସି ପଳାଇବାରେ ସଫଳ ହୋଇଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇ ସେଠାରୁ ଫେରାର ଯାଇଥିଲେ। ସମ୍ପ୍ରତି ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସର୍ଚ୍ଚ ଅପରେସନ ଚାଲିଛି।

Comments are closed.