ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଲୋକପ୍ରିୟ ର଼୍ୟାପର ବାଦଶାହାଙ୍କ ବୈବାହିକ ଜୀବନରେ ଆସିଛି ଝଡ଼। ବାଦଶାହା ଏବଂ ସ୍ତ୍ରୀ ଜାସ୍ମିନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ଜାସ୍ମିନଙ୍କଠାରୁ ଅଲଗା ରହୁଛନ୍ତି ବାଦଶାହା।
ଅପରପକ୍ଷେ ନିଜ କଥାକୁ ନିଜ ଭିତରେ ରଖିବାକୁ ପସନ୍ଦ କରନ୍ତି ବାଦଶାହା। ଏଥିପାଇଁ ତାଙ୍କ ଜୀବନରେ କ’ଣ ଚାଲିଛି କଥାଟି କେତେ ସତ ତାହା ସ୍ପଷ୍ଟ ହୋଇପାରୁନାହିଁ। ହେଲେ ଝିଅ ଜୈସମିଙ୍କ ପାଇଁ ସେମାନେ ଏକାଠି ହୋଇପାରନ୍ତି ବୋଲି କୁହାଯାଉଛି।