Odisha Link
Bridging the Missing Links in Odisha

ବିଗ୍ ବସ୍ ୧୪ରେ ରୁବିନାଙ୍କ ବଡ଼ ଖୁଲାସା

ମୁମ୍ବାଇ : ଟେଲିଭିଜନ ରିୟଲିଟି ଶୋ ବିଗ୍ ବସ୍ ୧୪ ଖୁବ ଚର୍ଚ୍ଚାରେ ରହିଛି। ବିଗ୍ ବସ୍ ର ପ୍ରତିଯୋଗୀ ରୁବିନା ଦିଲାଏକ ଓ ଅଭିନବ ଶୁକ୍ଳା ଯୋଡ଼ିକି ଅନେକ ଦର୍ଶକ ଖୁବ ପସନ୍ଦ କରୁଛନ୍ତି।

ତେବେ ଏହି ଶୋରେ ଦେଖିବାକୁ ମିଳିଛି ବିଗ୍ ବସ୍ ଏକ ଟାକ୍ସ ଦେଛନ୍ତି ଯେଉଁଥିରେ ପ୍ରତ୍ୟେକ ସଦସ୍ୟଙ୍କୁ ନିଜ ଜୀବନ ସହ ଜଡ଼ିତ ବଡ଼ ରହସ୍ୟ ବିଗ୍ ବସ୍ ସମ୍ମୁଖରେ କହିବାକୁ। ତେବେ ସମ୍ତ ପ୍ରତିଯୋଗୀ ନିଜ ରହସ୍ୟ ବିଷୟରେ କହିଛନ୍ତି।

ରୁବିନା ମଧ୍ୟ ଏକ ଟାସ୍କ ସମୟରେ ନିଜ ଗୁପ୍ତ କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି, ଯେ ଦୁହେଁ ଏବର୍ଷ ଅଲଗା ହୋଇଥାନ୍ତେ ଯେଉଁଥିପାଇଁ ସେମାନେ ପରସ୍ପରକୁ ନଭେମ୍ବର ମାସ ଯାଏଁ ସମୟ ଦେଇଥିଲେ। ରୁବିନା ନିଜର ଏବଂ ଅଭିନବଙ୍କ ସମ୍ପର୍କରେ ଫାଟ ବିଷୟରେ କହିଥିଲେ,ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଥାନ୍ତେ।

ଏହି ସପ୍ତାହରେ ବିଗ୍ ବସ୍ ୧୪ର ଫିନାଲେ ହେବ ଯେଉଁଥିରେ ପାଖାପାଖି ୪ଜଣ ସଦସ୍ୟ ହିଁ ଆଗକୁ ଯିବେ। ଏପରି କ୍ଷେତ୍ରରେ ପ୍ରତ୍ୟେକ ସଦସ୍ୟ ଘରେ ତିଷ୍ଠି ରହିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି।

Comments are closed.