Odisha Link
Bridging the Missing Links in Odisha

ବଜ୍ରକାପ୍ତା ଚୋରା ଚାଲାଣ, ଦୁଇ ଗିରଫ

ଢେଙ୍କାନାଳ: ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗଡ଼ହଳଦିଆ ମେଡ଼ିକାଲ ସାହିର ଘନଶ୍ୟାମ ବେହେରା, ଜଟଣା ଥାନା ବଡତୋଲା ଗ୍ରାମର ଜିତେନ୍ଦ୍ର ପ୍ରଧାନ। ତେବେ ଘଟଣା ସ୍ଥଳରୁ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଉକ୍ତ ଟିମକୁ ପୁଲିସ କଟକ ଜିଲ୍ଲାର ଶଙ୍କରପୁର ରାସ୍ତାରୁ ଧରିଥିଲେ।

ସୂଚନା ଅନୁସାରେ, କପିଳାସ ସଂରକ୍ଷିତ ଜଙ୍ଗଲରୁ ବାହାର ଜିଲ୍ଲାକୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ଖବର ପାଇ ଢେଙ୍କାନାଳ ଡିଏଫଓଙ୍କ ତତ୍ୱାବଧାନରେ ଏକ ୧୮ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଚାଲୁଥିଲା।

ଗିରଫ ଅଭିଯୁକ୍ତଙ୍କଠାରୁ ଏକ ବଜ୍ରକାପ୍ତା ଜବତ କରାଯାଇଛି। ସେମାନଙ୍କୁ ପଚାରଉଚରା କଲାବେଳେ ଅଲଗା ଅଲଗା ମୂଲ୍ୟରେ ବେପାରୀଙ୍କୁ ବିକ୍ରି ପାଇଁ ମୂଲଚାଲ କରୁଥିବା ଜଣା ପଡିଥିଲା। ୪୦ଲକ୍ଷ ଟଙ୍କାରେ ଏହାକୁ ବିକ୍ରି ପାଇଁ ଠିକ ହୋଇଥିବା ସେମାନଙ୍କ ଫୋନ କଲରୁ ଜଣା ପଡ଼ିଛି। ସେମାନଙ୍କ ପାଖରେ ଅନେକେ ଗୁଡିଏ ଜୀବଜନ୍ତୁ ସହ ବଜ୍ରକାପ୍ତl ରହିଛି।

Comments are closed.