Odisha Link
Bridging the Missing Links in Odisha

କମିଲା ସୁନା ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର: ହ୍ରାସ ପାଉଛି ସୁନା ଦର। ଭାରତୀୟ ବଜାରରେ ସୁନା ଓ ରୂପା ଦାମ କମିବାରେ ଲାଗିଛି। ୪ ମାସ ତଳେ ସୁନା ଦର ଯେତିକି ଥିଲା ତାହା ୭ ହଜାର ଟଙ୍କା କମିଯାଇଛି। ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ୪ ହଜାର ହ୍ରାସ ପାଇଛି। ଅଗଷ୍ଟ ୧୦ରେ ୨୪ କ୍ୟାରେଟ ସୁନା ଦର ୫୬ ହଜାର ଟଙ୍କା ହୋଇଥିବାବେଳେ ଏବେ ତାହାର ମୂଲ୍ୟ ୪୮୯୦୦ ଟଙ୍କା ହୋଇଛି।

ଦୀପାବଳି ଓ ଧନତେରସ ପରେ ସୁନାର ପର କମୁଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲରୀ ସଂଘର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ଗତ ସପ୍ତାହରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୪୭୫ ଟଙ୍କା ହ୍ରାସ ପାଇଛି। ଅପରପକ୍ଷରେ ରୂପା ଦର ୧୪୧୭ ଟଙ୍କା କମିଯାଇଛି।

ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବିଶ୍ୱର ଆର୍ଥିକ ସ୍ଥିତି ବିଗିଡ଼ିଯାଇଛି। ଫଳରେ ଲୋକମାନେ ଷ୍ଟକ ବଜାର ଅପେକ୍ଷା ସୁନା ଉପରେ ନିବେଶ କରିଥିଲେ। ଯେଉଁଥିପାଇଁ କରୋନା କାଳରେ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଥିଲା। କିନ୍ତୁ ଏବେ ଧିରେ ଧିରେ ଆର୍ଥିକ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ଷ୍ଟକ ବଜାରରେ ବି ନିବେଶକମାନଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ବିବାହ, ଧନତେରସ ପାଇଁ ଲୋକମାନେ ବିପୁଳ ସୁନା କ୍ରୟ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଚାହିଦା ନଥିବାରୁ ସୁନା ଦର କମିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

Comments are closed.