ଫାଇଜର ଟିକାକୁ ଲାଇସେନ୍ସ ଦେଲା ବ୍ରିଟେନ୍

ନୂଆଦିଲ୍ଲୀ: ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ । ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ ଲାଇସେନ୍ସ ଦିଆଯାଇଛି। ଲୋକଙ୍କୁ ଟିକାକରଣ ପାଇଁ ବ୍ରିଟେନ ୪୦ ନିୟୁତ ଡୋଜ କିଣିଥିବା ଜଣାଯାଇଛି।
ଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ସରକାର। ଘରୋଇ ଲ୍ୟାବରେ ଆରଟିପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ଜିଏସଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।
ଫି’ ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆରଏମଆରସି ତତ୍ତ୍ୱାବଧାନରେ ଆରଟି-ପିସିଆର ଟେଷ୍ଟ ହେବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା।