ଧର୍ମ ପରିବର୍ତ୍ତନ ଯୋଗୁଁ ଶ୍ମଶାନରେ ମିଳିଲାନି ସ୍ଥାନ

ମାଲକାନଗିରି: ମଣିଷ ଚନ୍ଦ୍ରରେ ଘର କରିବା କଥା ଭାବୁଥିବା ବଳେ ଅନ୍ୟପଟ ଲୋକ ଏବେ ବି ଜାତି ଧର୍ମକୁ ନେଇ ମଣିଷ ସହ ଭେଦଭାବ କରୁଛନ୍ତି। ଧର୍ମ ପରିବର୍ତ୍ତନ ଯୋଗୁଁ ଶ୍ମଶାନରେ ଶବ ସତ୍କାର ପାଇଁ ମିଳିଲାନି ସ୍ଥାନ। ଏଭଳି ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ା ଗାଁରେ।
ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ଶ୍ମଶାନରେ ଶବ ସତ୍କାର କରିବାକୁ ବି ଦେଲେନି ଗ୍ରାମବାସୀ। ଫଳରେ ଉତ୍ତେଜନା ପରିସ୍ଥିତି ଉପଜୁଥିଲା। ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୁଝାସୁଝା କରିବାରେ ପ୍ରଶାସନ ଫେଲ୍ ମାରିବା ପରେ ନିଜ ଜମିରେ ସତ୍କାର କରିଛନ୍ତି ମୃତକଙ୍କ ପରିବାର ଲୋକ।
ସୂଚନା ମୁତାବକ, ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପରିବାର ଲୋକ ଶ୍ମଶାନକୁ ନେଇଥିଲେ। ମାତ୍ର ବୃଦ୍ଧା ଜଣଙ୍କ ନିଜର ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମବାସୀ ଶବ ସତ୍କାରକୁ ବିରୋଧ କରିଥିଲେ। ଘଟଣାସ୍ଥଳରେ ମାଲକାନଗିରି ପୋଲିସ ଏବଂ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା। ଶେଷରେ ନିଜ ଜମିରେ ଶବ ସତ୍କାର କରିଥିଲେ ପରିବାର ଲୋକ। ପୋଲିସ ଏହି ଘଟଣାରେ ଗାଁର ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।