Odisha Link
Bridging the Missing Links in Odisha

ଡିପ୍ ଡିପ୍ରେସନର ରୂପ ନେଲା ବାତ୍ୟା ‘ବୁରେଭି’

କୋଲୋମ୍ବୋ: ଡିପ୍ ଡିପ୍ରେସନର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ବୁରେଭି’। ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ ବୁରେଭି। ଆସନ୍ତାକାଲି ସକାଳେ ଏହା ତାମିଲନାଡୁ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ବୁରେଭିକୁ ନଜରରେ ରଖି ଆଇଏମଡି କେରଳର ୪ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରିଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ବୁରେଭି’ ଆଜି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଏହା ପଶ୍ଚିମ ଦିଗରେ ଗତି କରିବ। ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ।

କେରଳର ଥିରୁଅନନ୍ତପୁରମ୍‌, କୋଲ୍ଲାମ, ପାଥନମଥିଟା ଓ ଆଲାପୁଝା ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ଆଇଏମଡି। ଗତକାଲି ସଂଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ ବୁରେଭି ଶ୍ରୀଲଙ୍କାର ପୂର୍ବ ଉତ୍ତରପୂର୍ବରୁ ୧୧୦ କିମି ଦୂରରେ ଥିବା ବେଳେ ତାମିଲନାଡୁ ପାନବାନରୁ ୩୩୦ କିମି ଦୂରରେ ରହିଥିଲା। ଏହା ସହ କନ୍ୟାକୁମାରୀର ପୂର୍ବ ଉତ୍ତରପୂର୍ବରୁ ୫୨୦ କିମି ଦୂରରେ ଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା।

Comments are closed.