Odisha Link
Bridging the Missing Links in Odisha

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପାଠକ ବାପା-ପୁଅ ଗିରଫ ପରେ ଗୁରୁବାର ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଏବଂ ୪୭୧ ଦଫା ଭଳି ସଂଗୀନ ଦଫା ଲାଗିଛି।  କେସ ନଂ ୨୬/୨୦୨୦ରେ ମାମଲା ରୁଜୁ ହୋଇଛି। ସାଇବର ଆଇନ୍ ୬୬ସି/୬୬ ଡି ଧାରାରେ ମାମଲା ରୁଜୁ ହୋଇଛି।

ଆଜି ସନ୍ଧ୍ୟାରେ ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। କ୍ରାଇମବ୍ରାଞ୍ଚ ପୁଲିସ ପ୍ରଦୀପଙ୍କୁ ଉଠାଇନେଇ ପଚରାଉଚରା କରୁଥିଲା। ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ କେତେ ଜଣଙ୍କୁ ଲୁଟିଛନ୍ତି, କେତେ ଟଙ୍କା ନେଇଛନ୍ତି ? ପ୍ରଦୀପଙ୍କୁ ଏସବୁ ପଚରାଉଚରା କରୁଥିଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍।

ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ପ୍ରଦୀପଙ୍କୁ ଥାନାକୁ ନେଇ ଜେରା କରୁଛି। ସାଇବର ଥାନାର କେସ୍ ନମ୍ବର ୨୬/୨୦୨୦ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ନାଁରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା।

Comments are closed.