Odisha Link
Bridging the Missing Links in Odisha

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ ବେଲପଦର ଫାର୍ମ ହାଉସ୍‌ରେ ଚଢାଉ କରାଯାଇଛି। ଏହି ରେଡ୍‌ରେ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଜିଲ୍ଲାର ଭିଜିଲାନ୍ସ ଟିମ୍‌ର ୨୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି।

ସୂଚନାଯୋଗ୍ୟ,  ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ବଲାଙ୍ଗୀର ଜିଲ୍ଲାରେ କେନ୍ଦୁଲିଫ୍‌ ବିଭାଗରେ ପାଖାପାଖି ଚାରି ବର୍ଷ ଅବସ୍ଥାପିତ ଥିଲେ। ସେ ଏଠାରେ ୭.୧୨.୨୦୧୪ରେ ଯୋଗ ଦେଇ ୧୧.୬.୨୦୧୭ ଯାଏ କାମ କରିଥିଲେ। ସେସମୟରେ କେନ୍ଦୁପତ୍ରର ଗୋଟିଏ ଋତୁରେ ପ୍ରାୟ ୧୨୦କୋଟିରୁ ୧୨୫ କୋଟି ଟଙ୍କା ଆସୁଥିଲା। ଏବେ ଭିଜିଲାନ୍ସ ଆରମ୍ଭ କରିଛି ତଦନ୍ତ। ଅଭୟକାନ୍ତ ବଲାଙ୍ଗୀରରେ ଅବସ୍ଥାପିତ ଥିବା ସମୟର ସବୁ କାଗଜପତ୍ର ଭିଜିଲାନ୍ସ ଜବତ କରି ସେସବୁରୁ ତଥ୍ୟ ଜୁଟାଇବାରେ ଲାଗିଛି।

Comments are closed.