Odisha Link
Bridging the Missing Links in Odisha

କରୋନା କଟକଣା ନ ମାନିବାରୁ ଏଭଳି ନିର୍ଦ୍ଦେଶ ଦେଲେ କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିଙ୍ଗ ଜଙ୍ଗ ଉନଙ୍କ ନିର୍ଦ୍ଦୟ ଓ କଠୋର ଶାସନ ସାରା ବିଶ୍ୱକୁ ଜଣା। ଏବେ ପୁଣି ଥରେ କିମଙ୍କ କଠୋର ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା। ଉତ୍ତର କୋରିଆରେ ଜଣେ ବ୍ୟକ୍ତି କରୋନା ନିୟମ ଭାଙ୍ଗିବାରୁ ତାଙ୍କୁ ଗୁଳି କରି ମାରିଦିଆଯିବା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, କରୋନା ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆରେ କଡା ପ୍ରତିବନ୍ଧକ ରହିଛି। ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଭିଡ -୧୯ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଜଣେ ବ୍ୟକ୍ତି ନିଜ ଜୀବନ ହରାଇଛନ୍ତି। ନଭେମ୍ବର ୨୮ ରେ ଉତ୍ତର କୋରିଆର ସୈନ୍ୟମାନେ କରୋନା ନିୟମକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ କିମଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିଲେ।

ଅଭିଯୋଗ ହୋଇଥିଲା ଯେ କରୋନା କଟକଣା ପାଇଁ ସୀମାରେ ପ୍ରତିବନ୍ଧକ ଜାରି ହୋଇଥିବା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ଚୀନ୍ ସାମଗ୍ରୀ ଉତ୍ତର କୋରିଆକୁ ଚୋରା ଚାଲାଣ କରି ବିକ୍ରି କରୁଥିଲେ। ଆଉ ଏହି ପ୍ରତିବନ୍ଧକକୁ ଭାଙ୍ଗିଥିବାରୁ ଫାୟାରିଂ ସ୍କ୍ୱାର୍ଡରେ ତାଙ୍କୁ ଗୁଳି କରାଯାଇଥିଲା।

Comments are closed.