ତମାଖୁ ସେବନକାରୀଙ୍କୁ ମିଳିବନି ସରକାରୀ ଚାକିରୀ !
ଝାଡଖଣ୍ଡ: ଆପଣ ତମାଖୁ ସେବନ କରୁଛନ୍ତି କି? ତେବେ ସାବଧାନ ହୋଇ ଯାଆନ୍ତୁ। ଏଣିକି ତମାଖୁ ସେବନକାରୀଙ୍କୁ ମିଳିବନି ସରକାରୀ ଚାକିରୀ। ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ।
ଝାଡଖଣ୍ଡ ସରକାର କହିଛନ୍ତି ଯେ, ସରକାରୀ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ଆବଦନ ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ। ଯେଉଁ ସତ୍ୟପାଠରେ ଲେଖାଥିବ କି ସେମାନେ ଆଗରୁ କେବେ ତମାଖୁ ସେବନ କରୁନଥିଲେ ଓ ଚାକିରୀ କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ। ଗତ ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ କଣ୍ଟ୍ରୋଲ ବୈଠକରେ ଏଭଳି ନିସ୍ପତ୍ତି ନିଆଯାଇଛି।
Comments are closed.