ଜାନୁଆରୀରୁ ହେଲମେଟ ନିୟମ କଡ଼ାକଡ଼ି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏଥର ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବାକୁ ବାଧ୍ୟ କରାଯାଇଛି। ଏନେଇ ତାଗିଦ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟତଃ ଆସନ୍ତା ଜାନୁଆରୀରୁ ଏହି ନିୟମ କଡ଼ାକଡ଼ି କରାଯିବ। ଏବେ ସଚେତନତା ଚାଲିଛି। ଏହା ପରେ ସବୁ ନିୟମ କଡ଼ାକଡ଼ି ହେବ। ୨୦୧୯ରୁ କେନ୍ଦ୍ର ସରକାର ନୂଆ ପରିବହନ ଆଇନ ଲାଗୁ କରିଛନ୍ତି। କରୋନା ପାଇଁ ନିୟମ କୋହଳ ହୋଇଥିଲା।
ତେବେ ନିୟମ କଡ଼ାକଡ଼ି କରିବାକୁ ସୁପ୍ରିମକୋର୍ଟ ତାଗିଦ କଲେଣି। ଏଣିକି ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବାକୁ ପଡ଼ିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।