Odisha Link
Bridging the Missing Links in Odisha

ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ପରଲୋକ

ରାଉରକେଲା: ଆଜି ରାଉରକେଲାର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେ ମଧୁମେହ ଓ ବୃକକ ଜନିତ ରୋଗରେ ପୀଡିତ ଥିଲେ। ରାଜେନ୍ଦ୍ର ହିନ୍ଦୀ ଖବରକାଗଜରୁ ସାମ୍ବାଦିକତା ଆରମ୍ଭ କରିଥିଲେ। ପରେ ଏସଟିଭିରେ କାମ କରିଥିଲେ। ଶେଷରେ ଇଟିଭି ଭାରତର ଓଡ଼ିଆ ପୋର୍ଟାଲର ପ୍ରତିନିଧିତ୍ବ କରୁଥିଲେ।

ତାଙ୍କ ବିୟୋଗରେ ରାଉରକେଲାରେ ଗଭୀର ଶୋକ ପ୍ରକାଶ ପାଇଛି। ସହରର ବହୁ ସାମ୍ବାଦିକ ଆଇଜିଏଚ ଏବଂ ତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି।

Comments are closed.