Odisha Link
Bridging the Missing Links in Odisha

ଶୀତଦିନେ ବ୍ୟବହାର କରନ୍ତୁ ମହୁ ଓ କ୍ଷୀର, ଦୂର ହେବ ଏହି ସମସ୍ୟା…

ଶୀତଦିନେ ସାଧାରଣତଃ ମୁହଁ ଦେହ ଶୁଷ୍କ ଲାଗିବା ସହ ଫାଟିଯାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ଅଧିକ ସମୟ ରହିନଥାଏ। କିଛି ସହଜ ଓ ଘରୋଇ ଉପଚାର ଦ୍ୱାରା ଆମେ ଶୁଷ୍କତାରୁ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ…

ମହୁ ଓ କ୍ଷୀର – ମହୁ ଓ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଭଲ ଭାବେ ଲଗାନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହେବା ସହ ମୁହଁ ସୁନ୍ଦର ଓ ଉଜ୍ୱଳ ହୋଇଥାଏ।

ଅଲିଭ ଅଏଲ – ତୁଳା ସାହାଯ୍ୟରେ ନିଜ ମୁହଁରେ ଅଲିଭ ଅଏଲ ଲଗାନ୍ତୁ। ଏହା ପରେ ହାତରେ ଧୀରେ ଧୀରେ ମୁହଁକୁ ମାଲିସ କରନ୍ତୁ। ପ୍ରତିଦିନ ଏପରି କଲେ ମୁହଁର ଶୁଷ୍କତା ଦୂର ହୋଇଥାଏ।

ନଡ଼ିଆ ତେଲ – ନିୟମିତ ନଡ଼ିଆ ତେଲକୁ ତୁଳାରେ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ମୁହଁର ଶୁଷ୍କତା ଦୂର ହୋଇଥାଏ।

ଘିକୁଆଁରୀ ଜେଲ – ଘିକୁଆଁରୀ ଜେଲକୁ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ମୁହଁର ଶୁଷ୍କତା ଦୂର ହୁଏ।

Comments are closed.