Odisha Link
Bridging the Missing Links in Odisha

ଘନ କୁହୁଡ଼ି ନେଇ ୧୦ ଜିଲ୍ଲାକୁ ଜାରି ହେଲା ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଦ, ସୋନପୁର, ବରଗଡ଼ ଓ ନୟାଗଡ଼ ଆଦି ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ିର ଆଚ୍ଛାଦନ ରହିବ ବୋଲି କହିଛି ପାଣିପାଗ ବିଭାଗ।

ଏନେଇ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବଙ୍କ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ସ୍ଥାନୀୟ ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିବେ। ଯେଭଳି କୌଣସି ଅଘଟଣ ନଘଟିବା ସେନେଇ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.