Odisha Link
Bridging the Missing Links in Odisha

ସକାଳୁ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ ପାଣ୍ଡିଆନ୍

ଭୁବନେଶ୍ୱର: ଆଜି ସକାଳୁ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି 5-T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍। ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ପଣ୍ଡିଆନ୍

ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ଜମି ଦେଇଥିବା ଦୋକାନଙ୍କ ପୁନଃ ଥଇଥାନ ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ରାସ୍ତାର ବିକାଶ ଏବଂ ଆବର୍ଜନା ସଫା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରକଳ୍ପ ପରିଦର୍ଶନ କରି ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ପଣ୍ଡିଆନଙ୍କ ସହ ବିଏମସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ, ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Comments are closed.