Odisha Link
Bridging the Missing Links in Odisha

ପୁଣି ଥରେ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ

ଭୁବନେଶ୍ଵର: ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ପଚରା ଉଚରା ଜାରି ରହିଛି । ପୁଣିଥରେ ପୁଲିସ ତାଙ୍କୁ ରିମାଣ୍ଡରେ ନେବା ଲାଗି ପ୍ରସ୍ତୁତ ହେଉଥିବା ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏଥିନେଇ କୋର୍ଟଙ୍କୁ ନିବେଦନ କରିବାକୁ ପୁଲିସ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି।

ଠକେଇ କାରବାରରେ ଆକାଶଙ୍କ ଲିଙ୍କ୍‌କୁ ନେଇ ମିଳିଥିବା ତଥ୍ୟଗୁଡ଼ିକ ବାବଦରେ ଆବଶ୍ୟକ ପଚରା ଉଚରା ହେବା ସମ୍ଭାବନା ରହିଛି। ଆକାଶ ଟାଟା କମ୍ପାନୀର ଏମ୍‌ଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି। ଏ ବାବଦରେ ପୁଲିସ ତନାଘନା କରୁଛି। ଟାଟା କମ୍ପାନୀକୁ ଏ ବାବଦରେ ମଧ୍ୟ ସ୍ପଷ୍ଟୀକରଣ ମଗା ଯାଇଥିଲା।

ଏହାର ଉତ୍ତରରେ ଆକାଶ କୌଣସି ସମୟରେ ହେଲେ ବି ଟାଟା କମ୍ପାନୀର କର୍ମଚାରୀ ନଥିଲେ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ତଦନ୍ତ ସମୟରେ ଟାଟାକୁ ଏ ବାବଦରେ ପ୍ରଶ୍ନ କରାଯାଇଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଆଗକୁ ଆକାଶଙ୍କ ଦସ୍ତଖତ ନମୁନା ଗ୍ରହଣ କରାଯିବ। ଏହାକୁ ଯାଞ୍ଚ କରିବା ଲାଗି ହ୍ୟାଣ୍ଡରାଇଟିଂ ବ୍ୟୁରୋର ସହାୟତା ନିଆଯିବ ବୋଲି ସେ କହିଛନ୍ତି।

Comments are closed.