Odisha Link
Bridging the Missing Links in Odisha

ମହାପ୍ରଭୁଙ୍କୁ ରୂପା କମଣ୍ଡଳୁ ଦାନ କରି ଚର୍ଚ୍ଚାରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ଏହି ବେଶରେ ହେବ ବ୍ୟବହାର

ପୁରୀ: ଚର୍ଚ୍ଚାରେ ରାଜ୍ୟର ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ସାମଲ। ମହାପ୍ରଭୁଙ୍କୁ ରୂପା କମଣ୍ଡଳୁ ଦାନ କରି ସେ ଏବେ ଚର୍ଚ୍ଚାରେ। ସେ ୧୬୫୦ ଗ୍ରାମ ରୁପାରେ ନିର୍ମିତ ଏକ କମଣ୍ଡଳୁକୁ ମହାପ୍ରଭୁଙ୍କୁ ଦାନ କରିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଦାତାଙ୍କଠାରୁ ରୂପା କମଣ୍ଡଳୁ ଗ୍ରହଣ କରିଛନ୍ତି। ସୂଚନାଥାଉକି, ମହାପ୍ରଭୁଙ୍କ ରୂପା କମଣ୍ଡଳୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ଏହାର ପୁନଃ ନିର୍ମାଣ ଆବଶ୍ୟକ ହେଉଥିଲା। ମହାପ୍ରଭୁଙ୍କ ବାମନ ବେଶରେ ଏହି କମଣ୍ଡଳୁ ଲାଗି ହେଉଥିଲା।

ମିଳିଥିବା ସୂଚନା ମୁତାବିକ, ରୁପା କମଣ୍ଡଳୁ ଦାନ କରିବାକୁ ଶ୍ରୀ ସାମଲ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ। କମଣ୍ଡଳୁ ଡିଜାଇନ ଦେଖି ଏହାକୁ ରୂପା କାରିଗରଙ୍କ ଦ୍ୱାରା ନିର୍ମାଣ କରିଥିଲେ। ନବ ନିର୍ମିତ ରୂପା କମଣ୍ଡଳକୁ ସେ ରାଜଧାନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଦେବାକୁ ଚାହିଁଥିଲେ।

ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ ମୁତାବକ କମଣ୍ଡଳୁ ଶ୍ରୀମନ୍ଦିରକୁ ଦାନ କରାଯିବା ପୂର୍ବରୁ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭୋଟିଥିଲେ। ଶଙ୍କରାଚାର୍ଯ୍ୟଙ୍କ କରକମଳରେ କମଣ୍ଡଳୁ ସ୍ପର୍ଶ କରାଇବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପାଞ୍ଚ ଜଣ ସେବାୟତ ସଦସ୍ୟଙ୍କ ଉପସ୍ଥିତିରେ ଦାତା ଶ୍ରୀ ସାମଲ ଏହି ରୂପା କମଣ୍ଡଳକୁ ବୁଧବାର ମଧ୍ୟାହ୍ନରେ ଦାନ କରିଥିଲେ।

Comments are closed.