Odisha Link
Bridging the Missing Links in Odisha

ଜଳିଗଲା ପଲ୍ୟୁସନ୍‌ ଟେଷ୍ଟିଂ ଭ୍ୟାନ୍‌, ୨ ମୃତ

ନୟାଗଡ଼: ପଲ୍ୟୁସନ୍‌ ଟେଷ୍ଟିଂ ଭ୍ୟାନ୍‌ ଜଳିଯିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭ୍ୟାନ୍‌ରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ମୃତକ ହେଲେ ସୋମନାଥ ସାହୁ ଏବଂ ନାବାଳକ ଦିପ୍ତିରଞନ ସାହୁ। ଅପରାହ୍ନରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ମାଣିବନ୍ଧ ନିକଟରେ ଘଟିଥିଲା ଦୁର୍ଘଟଣା।

ପ୍ରକାଶ ଯେ, ଓ ଆର୍ ୦୨ ବି ଏସ୍ ୧୮୨୦ ନମ୍ବର୍ ଥିବା ପଲ୍ଯୁସନ୍ ଯାଞ୍ଚ ଭ୍ଯାନ ଖଣ୍ଡପଡାରୁ ଭାପୁର ଯାଉଥିବାବେଳେ ଜାମୁସାହି ନିକଟରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା। ପରେ ଦୃତ ଗତିରେ ଯାଇ ଭ୍ଯାନ୍‌ଟି ମାନପୁର ନିକଟରେ ଏକ ଗଛରେ ପିଟି ହୋଇ ଜଳିଯାଇଥିଲା।

Comments are closed.