Odisha Link
Bridging the Missing Links in Odisha

ଲିଙ୍ଗ ଭିତ୍ତିକ ହିିଂସା ରୋକିବାକୁ ସାମାଜିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳନ ଅବସରେର ଓଡିଶାରେ ଲିଙ୍ଗଭିତ୍ତିକ ହିିଂସା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାମାଜିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

ବିଶେଷକରି ରାଜ୍ୟର ସମସ୍ତ କାର୍ଯ୍ୟକ୍ଷେତ୍ର ଗୁଡିକୁ ନିର୍ଯ୍ୟାତନା ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବା ତଥା ମହିଳା ଓ ବାଳିକାଙ୍କ ଉପରେ ଅନଲାଇନ ହିଂସା ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପାଇଁ ନିବେଦନ କରିଛନ୍ତି।

ସ୍ବେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ, ମହିଳା ଶ୍ରମଜୀବୀ ମଞ୍ଚ , ଓଡିଶା ଏବଂ ଓଡିଶା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ୧୭ ଟି ଜିଲ୍ଲାର ୮୪ ଟି ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ମଧ୍ୟ ମାନ୍ୟବର ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ, ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ ଏବିଂ ଓଡିଶା ମାନବାଧିକାର କମିଶନ ଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ରାଜ୍ୟରେ ମହିଳା ଓ ବାଳିକା ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।

Comments are closed.