କରୋନା: ଦେଶରେ ଚିହ୍ନଟ ହେଲେ ୨୯୩୯୮ ନୂଆ ପଜିଟିଭ, ୪୧୪ ମୃତ

ନୂଆଦିଲ୍ଲୀ: ଦିର୍ଘ ନଅ ମାସ ପରେ ଦେଶରେ ଦିନ କୁ ଦିନ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୩୯୮ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଚିକିତ୍ସାଧୀନ ଅବସ୍ଥାରେ ୪୧୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୨ ହଜାର ୧୮୬ରେ ପହଞ୍ଚିଛି।
ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୯୬ ହଜାର ୭୭୦କୁ ବୃଦ୍ଧି ପାଇଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷରୁ କମ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
Comments are closed.