Odisha Link
Bridging the Missing Links in Odisha

ରାଉରକେଲାରେ ହକି ଇଣ୍ଡିଆର ଅଧକ୍ଷ

ରାଉରକେଲା: ନବକଳେବର ହେବ ରାଉରକେଲା ସେକ୍ଟର-୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ। ଆଲୋକମାଳରେ ଝଲସିବ ଇସ୍ପାତ ସହ ଏବଂ ୬ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା। ୨୦୨୩ରେ ହକି ୱାର୍ଲଡ କପ ରାଉରକେଲା ସହରରେ ଆୟୋଜିତ ହେବ। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ହକି ଫେଡେରେସନର ଅଧ୍ୟକ୍ଷ ଡକ୍ଟର ନରିନ୍ଦର ବାତ୍ରା ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

ହକି ଇଣ୍ଡିଆର ପାଞ୍ଚ ଜଣିଆ ଅଫିସିଆଲ୍ ଓ ଟେକ୍ନିକାଲ ଟିମ ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ହକି ଫେଡେରେସନର ଅଧ୍ୟକ୍ଷ। ରାଜ୍ୟ କ୍ରୀଡା ସଚିବ ଓ ଇଡକୋ ଏମଡି ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁସାରକାନ୍ତି ବେହେରା ଓ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ୍ ରାଉରକେଲାରେ ପହଞ୍ଚି ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ।

ଅପରାହ୍ନ ୧୨ ଟାରେ ରାଉରକେଲା ହାଉସ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ରାଉରକେଲା ସହରରେ ହକି ୱର୍ଲଡ କପ ଆୟୋଜନ କରାଯାଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସହ ହକି ପ୍ରେମୀ ଓ ହକି ଖେଳାଳୀ ଖୁସି ପ୍ରକାଶ କରିଛନ୍ତି।

Comments are closed.