Odisha Link
Bridging the Missing Links in Odisha

ଇଣ୍ଡିଗୋ କ୍ରୁ ମେମ୍ବରଙ୍କ ଭିଡିଓ ଭାଇରାଲ, ଗହମ ବିଲ ବାଟ ଦେଇ ଗଲେ ବିମାନ ବନ୍ଦର

ଚଣ୍ଡୀଗଡ଼: ଡିସେମ୍ବର ୮ ତାରିଖ ଦିନ ଦେଶର ବିଭିନ୍ନ କୃଷକ ସଂଗଠନ ଦ୍ବାରା ଭାରତ ବନ୍ଦ ଡାକରା ହୋଇଥିଲା। ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକ ସଂଗଠନ ମାନ ଭାରତ ବନ୍ଦ ଡାକରା ଦେଇଥିଲେ। କୃଷକଙ୍କ ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ କରିଥିଲେ। ଯାହାଫଳରେ ପଞ୍ଜାବ, ହରିୟାଣା ଭଳି କୃଷି ଭିତ୍ତିକ ରାଜ୍ୟ ଗୁଡ଼ିକରେ ଅଖ ଚକ ଜାମ ହୋଇଥିଲା। ଭାରତ ବନ୍ଦ ଯୋଗୁଁ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଘୁରି ବୁଲୁଛି।

ଭାରତ ବନ୍ଦ ଦିନର ଏକ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତ ବନ୍ଦର ପ୍ରଭାର ପଞ୍ଜାବରେ ବେଶି ଦେଖିବାକୁ ମିଳିଥିଲା। ଯାହାଫଳରେ ପଞ୍ଜାବରେ ଅଖ ଚକ ଜାମ ହୋଇଯାଇଥିଲା। ଭାଇରାଲ ହେଉଥିବା ଭିଡିଓରେ ଇଣ୍ଡିଗୋ ବିମାନର କିଛି କ୍ରୁ ସଦସ୍ୟ ସେମାନଙ୍କର ଲଗେଜ୍ ସହିତ ଗହମ କ୍ଷେତ ବାଟ ଦେଇ ପାଦରେ ଚାଲିଚାଲି ବିମାନ ବନ୍ଦର ଯାଉଛନ୍ତି। ଏଭଳି ଭାବରେ ସେମାନେ ୨ କିଲୋମିଟର ପର୍ଯ୍ୟନ୍ତ ପାଦରେ ଯାତ୍ରା କରିଥିଲେ।

 

ଏହି ସମୟରେ ଚଣ୍ଡୀଗଡର ଏକ ହୋଟେଲରେ ଥିବା ଇଣ୍ଡିଗୋର କ୍ରୁମେମ୍ବରଙ୍କୁ ଅସୁବିଧାର ସାମନା କରିବାକୁ ପଡିଥିଲା, କାରଣ ଏୟାରପୋର୍ଟ ମୋହାଲିରେ ଥିଲା। ଭାରତ ବନ୍ଦ କାରଣରୁ ପଞ୍ଜାବରୁ କ୍ୟାବ୍ ସର୍ଭିସ୍ ବନ୍ଦ ଥିଲା। ଭାଇରାଲ ଭିଡିଓରେ କ୍ରୁ ମେମ୍ବର ଗହମ କ୍ଷେତ ଭିତରେ ଥିବା ଏକ ସଂକୀର୍ଣ୍ଣ ରାସ୍ତାରେ ନିଜର ଜିନିଷ ପତ୍ର ଟାଣିଟାଣି ବିମାନ ବନ୍ଦର ଆଡକୁ ନେଇକି ଯାଉଥିଲେ। କ୍ରୁ ମେମ୍ବରଙ୍କୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଯିବାକୁ ପଡିଥିଲା।

Comments are closed.