Odisha Link
Bridging the Missing Links in Odisha

କରୋନାରେ ଚାଲିଗଲା ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ଜୀବନ, ୧ ମାସ ପୂର୍ବେ ହୋଇଥିଲେ ଆକ୍ରାନ୍ତ

ଜୋହାନ୍ସବର୍ଗ: କରୋନାରେ ଚାଲିଗଲା ଦକ୍ଷିଣ ଆଫ୍ରିକୀୟ ଦେଶ ଏସଭାଟିନିର ପ୍ରଧାନମନ୍ତ୍ରୀଙ୍କ ଜୀବନ। ଏସଭାଟିନିର ପ୍ରଧାନମନ୍ତ୍ରୀ ଏମ୍ବରୋସେ ଡଲାମିନି ଗତ ୧ ମାସ ହେବ ମହମାରୀ କରୋନାରେ ସଂକ୍ରମିତ ଥିଲେ। ୫୨ ବର୍ଷୀୟ ଡଲାମିନିର ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। ସେଠାର ସରକାର ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଛନ୍ତି।

ଏସୱାଟିନିର ଉପ-ପ୍ରଧାନମନ୍ତ୍ରୀ ଥାବା ମାସୁକୁ ପ୍ରଧାନମନ୍ତ୍ରୀ ଅମ୍ବରୋସେ ଡାଲାମିନିଙ୍କ ଦୁଃଖଦ ଓ ତଥା ଅକାଳ ବିୟୋଗ ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେବା ପାଇଁ ରାଜ ପରିବାରଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି ବୋଲି ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି।

ରବିବାର ଅପରାହ୍ନରେ ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅମ୍ବରୋସେ ଡାଲାମିନିଙ୍କର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ଏମ୍ବାରୋସେ ଡାଲାମିନିଙ୍କୁ ୧ ଡିସେମ୍ବରରେ ଦକ୍ଷିଣ ଆଫ୍ରିକାରେ ଭର୍ତ୍ତି କରାଯାଇଥିଲା।

Comments are closed.