ଅଧ ଘଣ୍ଟା ପାଇଁ ଅଚଳ ହେଲା ୟୁଟ୍ୟୁବ୍ ସହ ଗୁଗୁଲର ସମସ୍ତ ଆପ୍

ନୂଆଦିଲ୍ଲୀ: ଅଧ ଘଣ୍ଟା ପାଇଁ ଅଚଳ ହେଲା ୟୁଟ୍ୟୁବ୍। ଆଜି ସନ୍ଧ୍ୟାରେ କିଛି ସମୟ ପାଇଁ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ଠକ୍ ହୋଇଯାଇଥିଲା। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକେ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ। ଗୁଗଲ ଡାଉନ ଲେଖି ଲୋକେ ଟୁଇଟ୍ କରିଥିଲେ। ତେବେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ କିଛି ସମୟ ପାଇଁ ଡାଉନ ହୋଇଥିବା ବେଳେ କିଛି ସମୟ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ଗୁଗୁଲର ସମସ୍ତ ଆପ୍ ଡାଉନ ହେବା ପରେ ଲୋକମାନେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣା ପଡ଼ିଛି।
କେବଳ ଭାରତରେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ନୁହେଁ, ଗୁଗୁଲ୍ ଡ୍ରାଇଭ୍, ହ୍ୟାଙ୍ଗଆଉଟ୍, ଗୁଗୁଲ୍ ମିଟ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଆପ୍ସର ସେବା ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ହ୍ୟାସଟ୍ୟାଗ୍ ସହିତ ଗୁଗୁଲ୍ ଡାଉନ୍ ଲେଖି ଟୁଇଟ କରିବା ଆରମ୍ଭ କରିଦେଇଥିଲେ। ଅଧଘଣ୍ଟା ମଧ୍ୟରେ ଟୁଇଟରରେ ହ୍ୟାସଟ୍ୟାଗ ଗୁଗୁଲ୍ ଡାଉନ୍ ଏବଂ ୟୁଟ୍ୟୁବ୍ ଡାଉନ୍ ଟ୍ୱିଟ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା।
ଗୁଗୁଲର ଏହି ସେବାଗୁଡିକ ବାଧାପ୍ରାପ୍ତ ହେବାରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅବଶ୍ୟ, ଏହି ସମୟ ମଧ୍ୟରେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ (ଗୁଗଲ ଡଟ କମ) କ୍ରମାଗତ ଭାବରେ କାର୍ଯ୍ୟ କରୁଥିଲା। ତେବେ ସର୍ଭର ଡାଉନ୍ ହେତୁ ଗୁଗୁଲର ଆପ୍ସରେ ଏହି ସମସ୍ୟା ଦେଖା ଦେଇଥିବା ଅନୁମାନ କରାଯାଉଛି।