Odisha Link
Bridging the Missing Links in Odisha

କମିଶନରେଟ ପୋଲିସକୁ ବଡ଼ ସଫଳତା, ୧୨ ଅପରାଧୀ ଗିରଫ

କଟକ: ଆଜି ୭ଟି ବନ୍ଧୁକ ସହ ୩୫ ଗୁଳି ଜବତ ହେବା ସହ ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ସଂପର୍କରେ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ସହ ଥିବା ଜଣାପଡିଛି। ଜବତ ହୋଇଥିବା ସମସ୍ତ ବନ୍ଧୁକ ଓ ଗୁଳି ବିହାର ମୁଙ୍ଗେରରୁ ମୁଖ୍ୟତଃ ଅପରାଧ ଘଟାଇବା ପାଇଁ ଓ ଅପରାଧୀଙ୍କୁ ବିକ୍ରି ପାଇଁ ଅଣାଯାଇଛି ।

ଏତେ ପରିମାଣର ବନ୍ଧୁକ ଜବତ ହେବାପରେ ବିହାର କନେକ୍ସନ ଖୋଜିବ ପୁଲିସ। ମୁଙ୍ଗେର ଯିବ କମିସନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ। ଓଡ଼ିଶାର-ବିହାର ଚୋରା ବନ୍ଧୁକ କାରବାର ଚେନ୍କୁ ରୋକିବା ହେଉଛି କମିସନରେଟ ପୁଲିସର ମୁଖ୍ୟ ଲକ୍ଷ୍ୟ।

Comments are closed.