Odisha Link
Bridging the Missing Links in Odisha

ଭି.ଜେ ଚିତ୍ରାଙ୍କ ମୃତ୍ୟୁ ଘଟଣା, ସ୍ୱାମୀ ହେମନ୍ତ ଗିରଫ

ଚେନ୍ନାଇ: ତାମିଲ ଟେଲିଭିଜନ୍‌ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ ହେମନ୍ତଙ୍କୁ ଗିରଫ କରାଯାଇଛି। ଚିତ୍ରାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ପୁଲିସ୍ ହେମନ୍ତଙ୍କୁ ଗିରଫ କରିଛି। ଏକାଧିକ ଥର ଜେରା କରିବା ପରେ ପୁଲିସ୍ ହେମନ୍ତଙ୍କୁ ଗିରଫ କରିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଚିତ୍ରା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆର୍ଥିକ ସମସ୍ୟା ନେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲେ ବି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ସ୍ୱାମୀ ଉସୁକାଇଥିବା ଅଭିଯୋଗ ହୋଇଛି।

ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟିଭିରେ ଚିତ୍ରାଙ୍କ ଏକ ଅନ୍ତରଙ୍ଗ ସିନ୍‌କୁ ନେଇ ହେମନ୍ତ ଖୁସି ନଥିଲେ। ଏଥିପାଇଁ ସେ ଚିତ୍ରାଙ୍କ ଉପରେ ରାଗିଥିଲେ। ଏମିତିକି ଯେଉଁଦିନ ଚିତ୍ରାଙ୍କ ମୃତ୍ୟୁ ହେଲା ସେହିଦିନ ହେମନ୍ତ ତାଙ୍କୁ ଠେଲାପେଲା ବି କରିଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୧୦ ତାରିଖରେ ଚେନ୍ନାଇର ଏକ ହୋଟେଲ୍ ରୁମ୍ରୁ ଚିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଚିତ୍ରାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ନେଇ ତାଙ୍କ ମା’ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ହେମନ୍ତ ଓ ଚିତ୍ରା କିଛି ମାସ ତଳେ ବିବାହ କରିଥିଲେ।

Comments are closed.