Odisha Link
Bridging the Missing Links in Odisha

ନିଆଁ ପୋଇଁବା ହେଲା କାଳ

ବୀରମିତ୍ରପୁର: ନିଆଁ ପୋଇଁବା ହେଲା କାଳ। ନିଆଁ ପୋଇଁବା ବେଳେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ସଲଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ ଘଟିଛି। ମୃତା ମହିଳା ହେଲେ ଅନୁପମା ନାଏକ (୪୯)।

ଗତକାଲି ଅପରାହ୍ନରେ ଗାଧୋଇ ଆସି ଅନୁପମା ନିଜ ଘର ବାରିପଟେ ବସି ନିଆଁ ପୁଆଉଁଥିଲେ। ଏହି ସମୟରେ ହଠାତ ତାଙ୍କ ପିନ୍ଧା ଶାଢୀରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଖବରପାଇ ରାଏବଗା ଥାନା ପୁଲିସ୍‌ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Comments are closed.