Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଆଜି ଚଢ଼ଉ କରିଛି। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪୦ ଜଣିଆ ଟିମ୍‌ ଚଢ଼ଉ କରିଛନ୍ତି।

ନାରାୟଣଙ୍କ ଘର ସମେତ ଏକ କାଳୀନ ୬ ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ। ଚଢ଼ଉ ସମୟରେ ନଗଦ ଦେଢ଼ ଲକ୍ଷରୁ ଅଧିକ ଟଙ୍କା, ବିଭିନ୍ନ ବ୍ୟାକଙ୍କର ପାସ୍‌ବୁକ୍‌ ଓ ଏଟିଏମ୍‌ କାର୍ଡ଼, କିଣାଯାଇଥିବା ସୁନା ଅଳଙ୍କର ବିଲ୍‌ ଜବତ ହୋଇଥିବା ବେଳେ ଏବେ ମଧ୍ୟ ଚଢ଼ଉ ଜାରି ରହିଛି।

ଭିଜିଲାନ୍ସ ଟିମ୍‌ ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୋଳ ଟାଉନ, ଦେବଗଡ଼ ଜିଲ୍ଲାରେ ଥିବା ଭାଇ ଘର, ଦେବଗଡ଼ ଜିଲ୍ଲା ରିଆମାଲ ପୈତୃକ ଘରେ ଏକ କାଳୀନ ଚଢ଼ଉ ଜାରି ରଖିଛି। ଏହି ସମୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ସହକାରୀ ଯନ୍ତ୍ରୀଙ୍କ ଦେବଗଡ଼ର କେନ୍ଦୁଘାଟରେ ୧୬ ଏକର ଜମିର ଫର୍ମହାଉସ, ସମ୍ବଲପୁରରେ ୨୫ ଲକ୍ଷ ଟଙ୍କା ମୂଲ୍ୟ ଜମି, ଭୁବନେଶ୍ୱର ଜଟଣୀରେ ଜମି ଓ ଦେବଗଡ଼ ବୁରଡ଼ାରେ ଅନେକ ଜମି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୂର୍ବରୁ ଏହି ବାବୁଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ସୋହେଲାରେ ଚାକିରି କରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ଆସିଥିଲା।

Comments are closed.