ଜହ୍ନରୁ ନମୁନା ଆଣିଲା ‘ଚାଙ୍ଗ୍ ଇ-୫’

ବେଜିଂ: ଜହ୍ନରୁ ନମୁନା ଆଣିଲା ‘ଚାଙ୍ଗ୍ ଇ-୫’। ଆମେରିକା, ସୋଭିଏତ ସଂଘ ପରେ ଚାଇନାକୁ ଏହି ବଡ଼ ସଫଳତା ମିଳିଛି। ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଇନାର ‘ଚାଙ୍ଗ୍ ଇ-୫’ ଯାନ। ପଥର ଏବଂ ଆବର୍ଜନା ନମୁନା ଧରି ଏହି ଯାନ ପୃଥିବୀକୁ ଫେରିଛି। ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲ୍ଲାରେ ଅବତରଣ କରିଛି ‘ଚେଞ୍ଜ ଇ-୫’। ଅବତରଣ କରିବା ପୂର୍ବରୁ କ୍ୟାପସୁଲଟି ପ୍ରଥମେ ଏହାର ଅର୍ବିଟାଲ୍ ମଡ୍ୟୁଲ୍ ଠାରୁ ଅଲଗା ହୋଇ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପାଇଁ ଏକ ଲମ୍ୱା ଡିଆଁ ମାରିଥିଲା।
‘ଚାଙ୍ଗ୍ ଇ-୫’ ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ ଦୁଇଟି ମଡ୍ୟୁଲ୍ ଡିସେମ୍ବର ୧ ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ସେଠାରେ ଥିବା ଭୂପୃଷ୍ଠରେ ଖନନ କରି ପ୍ରାୟ ଦୁଇ କିଲୋଗ୍ରାମ ନମୁନା ସଂଗ୍ରହ କରିଥିଲା ଏହି କ୍ୟାପସୁଲ୍। ଏହି ନମୁନା ଗୁଡିକ ଏକ ପାତ୍ରରେ ରଖାଯାଇଥିଲା ଏବଂ ମଡ୍ୟୁଲକୁ ସ୍ଥାନାନ୍ତର କରାଯାଇଥିଲା। ‘ଚାଙ୍ଗ୍ ଇ-୫’ ହେଉଛି ଚାଇନାର ତୃତୀୟ ଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି।
ସୂଚନାଯୋଗ୍ୟ ୨୪ ନଭେମ୍ବରରେ ଚାଇନା ଦକ୍ଷିଣ ହାନନ ପ୍ରଦେଶର ୱେଞ୍ଚାଙ୍ଗ ମହାକାଶଯାନ ଉତକ୍ଷେପଣ ସ୍ଥାନରୁ ‘ଚାଙ୍ଗ୍ ଇ-୫’କୁ ଲଞ୍ଚ କରିଥିଲା। ଚାଇନାର ଏହି ମିଶନ ୪୦ ବର୍ଷ ପୂର୍ବର। ଚନ୍ଦ୍ରରୁ ନମୁନା ସଂଗ୍ରହ କରିବାରେ ବିଶ୍ୱର ଏହା ହେଉଛି ପ୍ରଥମ ଅଭିଯାନ।
ଏହାପୂର୍ବରୁ ପୂର୍ବତନ ସୋଭିଏତ୍ ୟୁନିଅନ୍ ରୋବୋଟିକ୍ ଲୁନା ୨୪ କୁ ମହାକାଶଯାନ ମାଧ୍ୟମରେ ମହାକାଶକୁ ପଠାଇଥିଲା। ଯେଉଁଠାରୁ ବୈଜ୍ଞାନିକମାନେ ଚନ୍ଦ୍ରରୁ ଆଣିଥିବା ନମୁନା ସଂଗ୍ରହ କରିଥିଲେ। ଚନ୍ଦ୍ରକୁ ପ୍ରଥମ ମିଶନ ଆମେରିକାର ଥିଲା, ଯାହାର ନାମ ଥିଲା ‘ଆପୋଲୋ ମିଶନ’। ଏହା ଅଧୀନରେ ୧୯୬୯ ରୁ ୧୯୭୨ ପର୍ଯ୍ୟନ୍ତ ଛଅଟି ବିମାନ ଚନ୍ଦ୍ରକୁ ପଠାଯାଇଥିଲା ଏବଂ ୧୨ ଜଣ ମହାକାଶଚାରୀ ଚନ୍ଦ୍ରରେ ଅବତରଣ କରିଥିଲେ।
Comments are closed.