Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ଏକକ ପିଜି ନାମଲେଖା ପାଇଁ ୨ୟ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ପିଜି ନାମ ଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ୍। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ।

ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରିପୋର୍ଟିଂ କରିବେ। ଡକ୍ୟୁମେଣ୍ଟ ଯାଞ୍ଚ ଓ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ନାମଲେଖା ଫି’ ଦାଖଲ କରିବେ। ଦ୍ୱିତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୨ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ।

ଆସନ୍ତା ୨୬ରେ ତୃତୀୟ ଶିକ୍ଷାନୁଷ୍ଠାନସ୍ତରୀୟ ଚୟନ ଚାଲିକା ପ୍ରକାଶ ପାଇବ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୮ ଓ ୨୯ ତାରିଖରେ ରିପୋର୍ଟିଂ, ଡକ୍ୟୁମେଣ୍ଟ ଯାଞ୍ଚ ସହ ଚୟନ ହୋଇଥିବା ଶିକ୍ଷାନୁଷ୍ଠାନର ନାମଲେଖା ଫି’ ଦାଖଲ କରିପାରିବେ।ତୃତୀୟ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ଲାଇଡ୍‌ ଅପ୍‌ ପାଇଁ ଆବେଦନ କରିପାରିବେ।

ସୂଚନାଯୋଗ୍ୟ, ୩୦ ତାରିଖରେ ପିଜି ନାମଲେଖା ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛି ଉଚ୍ଚଶିକ୍ଷା ବିଭାଗ। ରାଜ୍ୟର ୭୦ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ୧୪ ହଜାର ୪୦୧ ସିଟ୍‌ ପାଇଁ ପିଜି ଏକକ ନାମଲେଖା ପ୍ରକ୍ରିୟା ଚାଲିଛି।

Comments are closed.