Odisha Link
Bridging the Missing Links in Odisha

ଅଭୟକାନ୍ତଙ୍କ ଅବସର ପାଇଁ ସୁପାରିସ୍‌ କଲେ ନବୀନ

ଭୁବନେଶ୍ୱର: ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସୁପାରିସ୍ କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏଭଳି ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଏଭଳି ସୁପାରିଶ କରାଯାଇଛି। ଅଭୟଙ୍କୁ ପୂର୍ବରୁ ରାଜ୍ୟ ସରକାର ସସପେଣ୍ଡ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଠକେଇ ମାମଲାରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କ ଟାରୁ ୨୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ମିଳିଛି। ଏହି ମାମଲାର ତଦନ୍ତ ଭିଜିଲାନ୍ସ ଏସ୍‌ଆଇଟି କରୁଥିବାବେଳେ ପାଠକ ବାପ ପୁଅଙ୍କୁ ଘନ ଘନ ଜେରା କରାଯାଉଛି।

Comments are closed.