ଜେଲ୍ ଗଲେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସର୍ବେଶ୍ୱର ଜେଲ ଯାଇଛନ୍ତି। ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ।
ପ୍ରକାଶ ଯେ, ଆକାଶ ପାଠକ ଠକେଇ ମାମଲାରେ କ୍ରାଇମ୍ବ୍ରାଞ୍ଚର ଏସ୍ଆଇଟି ଟିମ୍ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିଲା। ସେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥି କରୁଥିଲେ।
ବ୍ରହ୍ମପୁର ସିଟି କଲେଜରୁ ଅବସର ନେଇଥିବା ଅଧ୍ୟକ୍ଷ ଶ୍ରୀ ରାଓ ଲୋକଙ୍କ ଠାରୁ ବାଓଡାଟା ଆଣୁଥିଲେ। ଏହାକୁ ନେଇ ଆକାଶ ପାଠକଙ୍କ ନିକଟରେ ପହଂଚାଉଥିଲେ। ଚାକିରି କରାଇଦେବା ନାଁରେ ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।